Friday, February 7, 2014

ଏଇ ତ ତୁମ ଉପହାର

ଦେଖତ ତୁମେ କେତେ ଅଭିମାନୀ
ଦେବାର କିଛି କ୍ଷମତା ନାହି ବୋଲି
ତୁମେ ଅଳି କର
, ଅର୍ଦଳି କର,
ରାଗ
, ରୋଷ ଓ ଅଭିମାନ ବି କର,
ପରିଶେଷେ ତୁମର କେଇ ପଦ ମୃଦୁ ସଂଭାଷଣ
,
“ଯଦି ଭୁଲ କରି ଥିବି କ୍ଷମା କରିଦେବ” ........

ମତେ ଭଲ ପାଇବା ଦିନ ଠୁ
ଜାଣେନା ତୁମେ କିଛି ପାଇଛ କି ନାଇ
ବରଂ ହରେଇଛ ନିଜସ୍ୱ ପଣ
,
ହରେଇଛ ମନ ର ସ୍ଥିରତା
, ନିଜର ସ୍ଵାଧୀନତା,
ପରିଶେଷେ ତୁମର କୁମାରୀ ଚପଳତା.....
.।।

ଦେଖତ ସମ୍ପର୍କ ଆଜି ବି ଅଧାଗଢା,
ଆମ ଭଲ ପାଇବାର ଗଭୀରତା ଓ ଭାବପ୍ରବଣତା
,
ଟପି ଯାଇ ପାରିନି ସେଇ ସୀମାରେଖା ଅନୁବନ୍ଧିତ କରେ
,
ସମ୍ପର୍କ ର ପ୍ରଛଦେ ଭବିଷ୍ୟାଗତ
,
ସାମାଜିକ ଷଡଯନ୍ତ୍ର ର ପ୍ରାକ ସୂଚନା
,
ମଣିଷ ମଣିଷ କୁ ଚିହ୍ନେନା
,ରକ୍ତ ରକ୍ତ କୁ ଭୁଲିପାରେ,
ଏଠି ତ ସମ୍ପର୍କ ଭାଙ୍ଗେ ଆଉ ଯୋଡେ
ଜାତି
, ଗୋତ୍ର ଓ ବର୍ଣ ର ଅନ୍ତରାଳେ....।
।।

ତୁମକୁ ଏତକ ତ ଦେଇ ପରିବାର କ୍ଷମତା ଅଛି
ତୁମେ ମୁ ସଂରଚନା କରିଥିବା ଆମ ଅଭିନ୍ନ କାହାଣୀ ର
ପ୍ରତି ଟି ଅଧ୍ୟାୟର ପରିଭାଷା କୁ ତୁମେ ଲେଖି ଚାଲିଥିବ
,
ଆଉ ମୁ ତୁଳୀ ଧରି ରଙ୍ଗବୋଳୀ ଜୀବନ୍ତ କରି ଚାଲିଥିବି
,
ଏଇ ମୋର ପ୍ରତିଜ୍ଞା ଆଉ ଏଇ ତ ତୁମ ଉପହାର.....।


କୁମାର କୌଶିକ

No comments: