Monday, February 10, 2014

ନିର୍ଝରଣୀ ର କ୍ଷୋଭ

ତୁମ ସଙ୍ଗେ ନିରୋଳା ରେ ବସି
ଦୁର କରିବି ମୋ ଏକାନ୍ତପଣ
,
ତୁମକୁ ଥରୁଟିଏ ଛୁଇଁ
ଦୁର କରିଦେବି ମୋ ମନ ର ପବିତ୍ରତା
,
ପାଦ ରେ ନୁପୁର ବାନ୍ଧି ମନଭରି
ନାଚିବି ତୁମ ସଙ୍ଗୀତ ର ତାଳେତାଳେ
,
ସମସ୍ତ କଟକଣା ର ପରିଧି କୁ ଡେଇଁ
ଅଜାଡି ଦେବି ମୋ ଅସ୍ଥିତ୍ଵ ଆଉ
ତୁମକୁ ଦେବି ସୋହାଗ ର ଭେଟି........

ହେ ପ୍ରିୟ ଗିରିବ୍ରଜ.......ତୁମ ସ୍ପର୍ଶେ,
ଜୀବନ୍ତ ହେଇଯିବି ଆଉ
ମୋର ସ୍ଵପ୍ନ ସବୁ କୁ ତୋଳି ଦେବି
,
ଅଭିମାନିନୀ ରାତି ର କୋଳ ରୁ
,
ତୁମ ଶବ୍ଦ ରେ ବିଭୋର ପ୍ରାୟ ମୋ
କାୟ ଏବଂ ଛାୟା   

କିନ୍ତୁ ତୁମେ ମତେ ମନା କରି କହୁଛ,
ତୁମର ସେ ପ୍ରଣୟ ର ବ୍ୟାକୁଳତା କି
ଉନ୍ମାଦନା ନାହିଂ
,
ବାରଣ କରୁଛ ବାର୍ଦ୍ଧକ୍ୟ ର ଦ୍ଯାହୀ ଦେଇ
,
ପୂର୍ବ ରୁ  କେତେ ତରୁଣୀ ପ୍ରପାତ  ଅଜାଡି
ହୋଇ ପଡିଛନ୍ତି ବୋଲି ମତେ ବାରଣ କରୁଛ
,
ହେ ପ୍ରିୟ
ଏଇ ନିସ୍ଵ ନିର୍ଝରଣୀ ର ପ୍ରଣୟ ଲାଳସା ର
ଅନୁମତି କାହିଁ ନାହିଂ
???

କ୍ରୁଶବିଦ୍ଧ

ସଂସାର ର ଅଭେଦ୍ୟ ସରଳାର୍ଥ କୁ
ବୁଝିବାର ମୌଳିକତା
,
ମୌନାବତୀର ବାକ ଚାତୁରୀ ର
ପ୍ରେହେଳିକା ସମ
,
ଜୀବନର ଭଗ୍ନାଂଶ ଓ ପୂର୍ଣାଙ୍ଗର ବିଶ୍ଳେଷଣ
ଜନ୍ମଜନ୍ମାନ୍ତର ର ଜଟିଳ ଜ୍ୟାମିତି ର
ନୀରବ ଚିତ୍କାର ସମ  
ସରସ ହୃଦୟ ରେ ବିଷାଦ ଓ କାରୁଣ୍ୟ ର ଭାର,
ରୋଗ ଯନ୍ତ୍ରଣା ଓ ଜରା ମୃତ୍ୟୁ ର ବ୍ୟାଧି
,
ବିମର୍ଷ ନାରୀ ର ବ୍ୟଥା
,
ତଟସ୍ଥ ଆତ୍ମା ର ଅଣସଫଳତା ଏବଂ ମଶାଣି ର  ପ୍ରତ୍ୟୟ
,
ମନ ମୋର ଅସୁସ୍ଥ
, ଆତ୍ମା ଚିର କ୍ଷୁଧିତ,
ଧାର ଧାର ଅପ୍ରାକୃତିକ ଅବାଞ୍ଛିତ ଅ
ଶ୍ରୁ,
ଅବସନ୍ନ କାୟା
, ନିଷ୍କ୍ରମଣ ହିଁ ମୋର ପନ୍ଥା,
ଅଜାଣତ ରେ ସମାଜ ର
ମୋହ
,ମାୟା, ଛଳନା, ପ୍ରତାରଣ ରେ
କ୍ରୁଶବିଦ୍ଧ ମଣିଷ ମୁଁ   ।

କୁମାର କୌଶିକ

ରୂପଜୀବୀ



ଅନ୍ଧାର ଗାଳି ର ଅନ୍ଧାରୀ ନାୟିକା,
ନିସ୍ପନ୍ଦ ହୃଦୟେ କ୍ଷଣିକ ପ୍ରେମିକା
,
ସ୍ରଷ୍ଟା ର ସୃଷ୍ଟି ରେ ଅଭିଶପ୍ତ ସୃଷ୍ଟି
,
ସଭ୍ୟ ସଭ୍ୟତା ରେ ଅସଭ୍ୟ ର ମୁର୍ତୀ...


ରୂପସୀ ଲାବଣ୍ୟବତୀ ର ନୁହେ ଯେ ଜୋଛନା,
ବୃତ୍ତି ର ଭିନ୍ନ ନାମେ ଅନ୍ୟ ଏକ ଯାତନା
,
ଦାରିଦ୍ର୍ୟ ର କଷାଘାତେ ଯେବେ ହୁଏ ଜର୍ଜରିତ
,
ଇଛା ବୀରୁଦ୍ଧେ ଯେହ୍ନେ କରିଥାଏ ତନୁ ସମର୍ପିତ
...


ଆହତ ଚରିତ୍ର ରେ ଯେବେ ଲାଗେ ପ୍ରଶ୍ନବାଚୀ,
ସଭ୍ୟ ସମାଜ ରେ ବୋଲାଏ ସେ ରୂପଜୀବୀ
,
ସବ୍ଧ ନିଶାର୍ଦ୍ଧ ରେ ସାଜିଥାଏ ସ୍ଵପ୍ନ ର ରାଜରାଣୀ
,
ସମାଜ ର ଆକ୍ଷେପୋକ୍ତୀ ରେ ତୁହି କଳକିଂନୀ
...
।।।

                               କୁମାର କୌଶିକ

Friday, February 7, 2014

ଏଇ ତ ତୁମ ଉପହାର

ଦେଖତ ତୁମେ କେତେ ଅଭିମାନୀ
ଦେବାର କିଛି କ୍ଷମତା ନାହି ବୋଲି
ତୁମେ ଅଳି କର
, ଅର୍ଦଳି କର,
ରାଗ
, ରୋଷ ଓ ଅଭିମାନ ବି କର,
ପରିଶେଷେ ତୁମର କେଇ ପଦ ମୃଦୁ ସଂଭାଷଣ
,
“ଯଦି ଭୁଲ କରି ଥିବି କ୍ଷମା କରିଦେବ” ........

ମତେ ଭଲ ପାଇବା ଦିନ ଠୁ
ଜାଣେନା ତୁମେ କିଛି ପାଇଛ କି ନାଇ
ବରଂ ହରେଇଛ ନିଜସ୍ୱ ପଣ
,
ହରେଇଛ ମନ ର ସ୍ଥିରତା
, ନିଜର ସ୍ଵାଧୀନତା,
ପରିଶେଷେ ତୁମର କୁମାରୀ ଚପଳତା.....
.।।

ଦେଖତ ସମ୍ପର୍କ ଆଜି ବି ଅଧାଗଢା,
ଆମ ଭଲ ପାଇବାର ଗଭୀରତା ଓ ଭାବପ୍ରବଣତା
,
ଟପି ଯାଇ ପାରିନି ସେଇ ସୀମାରେଖା ଅନୁବନ୍ଧିତ କରେ
,
ସମ୍ପର୍କ ର ପ୍ରଛଦେ ଭବିଷ୍ୟାଗତ
,
ସାମାଜିକ ଷଡଯନ୍ତ୍ର ର ପ୍ରାକ ସୂଚନା
,
ମଣିଷ ମଣିଷ କୁ ଚିହ୍ନେନା
,ରକ୍ତ ରକ୍ତ କୁ ଭୁଲିପାରେ,
ଏଠି ତ ସମ୍ପର୍କ ଭାଙ୍ଗେ ଆଉ ଯୋଡେ
ଜାତି
, ଗୋତ୍ର ଓ ବର୍ଣ ର ଅନ୍ତରାଳେ....।
।।

ତୁମକୁ ଏତକ ତ ଦେଇ ପରିବାର କ୍ଷମତା ଅଛି
ତୁମେ ମୁ ସଂରଚନା କରିଥିବା ଆମ ଅଭିନ୍ନ କାହାଣୀ ର
ପ୍ରତି ଟି ଅଧ୍ୟାୟର ପରିଭାଷା କୁ ତୁମେ ଲେଖି ଚାଲିଥିବ
,
ଆଉ ମୁ ତୁଳୀ ଧରି ରଙ୍ଗବୋଳୀ ଜୀବନ୍ତ କରି ଚାଲିଥିବି
,
ଏଇ ମୋର ପ୍ରତିଜ୍ଞା ଆଉ ଏଇ ତ ତୁମ ଉପହାର.....।


କୁମାର କୌଶିକ

Thursday, February 6, 2014

ନିହାତି ଅସଫଳ


ଥିଲି ମୁଁ ନିହାତି ବେପରବା
ମୋର ସେ ଆଶ୍ଵସ୍ତ ସଫଳ
,
ଅଚାନକ ଧକ୍କା ଖାଇଗଲା
,
କେଉଁ ଏକ ଅଦିନିଆ ଘୁର୍ନି ର ହାୱା ରେ
,
ଅଥବା ଅବାସ୍ତବ ବନ୍ୟା ର ପ୍ଲାବନ ରେ
ମୋର ସ୍ଵପ୍ନ ର ମଳିଚିଆ ଜହ୍ନ,
ଆବୃତ ହୁଏ ଅସମାପ୍ତ ଶୋକ ର ପୋଷାକେ
,
ମୋ ବାସ୍ତବତା ର ତରୁ ଡାଳ ହୁଏ ପୁଷ୍ପିତ
,
କେଉଁ ଏକ ଅରଣ୍ୟ ଘେରା ଗଭୀର ଗୁମ୍ଫା ରେ
,
ମୁଁ କି ପ୍ରଦୀପ୍ତ ଶାନ୍ତ
, ପରିତ୍ୟକ୍ତ 
!!!
ଜୀବନ ର ବେଳାଭୂମି ରେ ସ୍ତୁପ ସ୍ତୂପ
ନିରର୍ଥକ ବାଲି,
ବିଷୁବ ମୋଡ ଓ ଅସଂଖ୍ୟ ମଧ୍ଧାହ୍ନ........

ବିଦଗ୍ଧ-ବିକଳ୍ପିତ ମୁଁ
ନିହାତି ଅସଫଳ !!!

କୁମାର କୌଶିକ

ମୁଂ ଓ ମୋ ବାନ୍ଧବୀ

କେବେ ମାଗିନି ମେଲାଣି ମୋ ଠୁଁ
ସେ ଯେ ମୋ ମାନସୀ
ମୋ ଖିଆଲି ସନ୍ଧ୍ୟାରେ ଆସ୍ତରାଗ ର ରାଗିଣୀ
ତାର ମୋର ଲୁଚକାଳୀ ଖେଳ
ଭିଜା ଜାହ୍ନବୀ ର ପ୍ରଣୟ

ସମ୍ପର୍କର ଚୁମ୍ବନେ ପ୍ରେମ ର ପକ୍ବତ୍ତା
ହୃଦୟର କମ୍ପନେ ବସନ୍ତ ର ବ୍ୟାକୁଳତା
ମୋ ପ୍ରତି ଟି ଆବିଷ୍କାର ର ସୃଷ୍ଟି ର ସୃଜନୀକା
ନା ସେ ମତ୍ସ୍ୟଗନ୍ଧା ନା ସ୍ଵର୍ଗର ଅପସରା
ନିହାତି ସାଦାସିଧା ସେ
ଉଦାସୀ କନ୍ୟା
ମୋ ପ୍ରେମିକା ମୋ ପ୍ରିୟତମା ........
।।।।
                               କୁମାର କୌଶିକ 

ଯନ୍ତ୍ରଣା ର ମାନପତ୍ର

ଏଇ କ୍ଷୁଦ୍ର କାହାଣୀ ର ନାୟକ ମୁଁ
ନିଃଶଦ୍ଦ ସ୍ରୋତେ ଭାସୁ ଥାଏ
ଭିନ୍ନ ଏକ ନିମଗ୍ନ ସହରେ
ନିହାତି ଅବଲୁପ୍ତ
, ଅପଭ୍ରଂଶ । । 

ମୋ ଦୃଷ୍ଟି ର ଗଭୀରତା ଓ ସ୍ଵପ୍ନ ର ବିସ୍ଫୋରଣ
,
ବହି ଚାଲେ ଉତ୍ତାଳନଦୀ ସ୍ରୋତେ
,
ସାଗର ର ପ୍ରଖର ଇଙ୍ଗିତେ.............
ଏକ ନିରର୍ଥକ ବିଫଳ ଅନ୍ଵେଷଣ !!!!
ଅଶୁଭ ସଙ୍କେତେ ଧୋଇଯାଏ
ମୋ ଭବିଷ୍ୟତ ଲିପିବଦ୍ଧ ଯେଉଁ
ଅପରିପକ୍ବ
, ଅପରିପୂର୍ଣ ରଙ୍ଗୀନ ପାଣ୍ଡୁଲିପି
ପରିଶେଷେ ସ୍ତଭ୍ଧ ଅବଚେତନ
ଆସହିଷ୍ନୁ ରାତି, ଅସମ୍ଭବ ଓ ଅପରିଚ୍ଛନ୍ନ
ଯନ୍ତ୍ରଣା ର ଫିକା ମାନପତ୍ର
ଖାସ ମୋ ପାଇଁ
 

                                              କୁମାର କୌଶିକ

Saturday, February 1, 2014

ଚାହେଁନି କବି ହେବା ପାଇଁ

କେବେ ଚାହେଁନି କବି ହେବା ପାଇଁ
ଚେଷ୍ଟା ବି କରିନି କେବେ କବିତା ଲେଖିବା
ଅଜାଣତ ରେ ବେଳେ ବେଳେ
ଆବିଷ୍କାର କରେ ସାଦା କାଗଜ ରେ ଲେଖା
ନାଳୀ ନେଳୀ କାଳୀ ରେ
କେଇ ପଦ ଭାଷା ସଂଜୋଯନା........I

ହ୍ରୁଦୟ କୁ ପଢି ଆକ୍କିଂ ଚାଲେ
ଫର୍ଦ୍ ଫର୍ଦ୍ ଅକୁହା ମର୍ମ ବେଦନା
ଅସଜଡା ପ୍ରଶ୍ନ ସବୁ ଅନାବଶ୍ୟକ ଉତ୍ତର ମେଚାଁଏ
ବଦଲାଇ ଦିଏ ଏଠି ଭାଷା ସଂଞା
ବଦଲାଇ ଦିଏ ମଣିଷ ଠିକଣା………. I

ନିଜ କୁ ନିଜ ଭିତରେ ହଜାଇ ନିଜର ଅସ୍ତିତ୍ବ କୁ ଖୋଜେ
ପରିଶେଷେ ମୋ ହ୍ରୁଦୟ ଅନ୍ତସ୍ବର କୁ ଆବିଷ୍କାର କରେ
ଡଷ୍ଟବିନ ଖନ୍ଡ ଖନ୍ଡ ଟୁକୁଡା
କାଗଜ ଭିତରେ...I



କୌଶିକ

ସମ୍ପର୍କ

ଗତ କାଲି ତନ୍ଦ୍ରା
ଆଜି ଅସଜଡା ସପ୍ନ
କିଛି ମରିଚିକା କିଛି ବାସ୍ତବତା
କିଛି ପ୍ରହେଲିକା କିଛି ସ୍ତବ୍ଧତା
ମାଇଲ ମାଇଲ  ଦୁର ରେ ଠିଆ
ତୁମେ ମୁ  ଆଉ ଆମ  ଅଧା ଗଢା ସମ୍ପର୍କ..............

କୁମାର
କୌଶିକ